Deepika Padukone Sigham Again: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ (Deepika Padukone)। ନିକଟରେ ଅଭିନେତ୍ରୀଙ୍କ ଫିଲ୍ମ ‘ଜଓ୍ବାନ୍’ (Jawan) ରିଲିଜ୍ ହୋଇଥିଲା। ଯାହାକୁ ନେଇ ଅଭିନେତ୍ରୀ ଲାଇମ ଲାଇଟରେ ଥିଲେ। ତେବେ, ଏହାରି ଭିତରେ ନିଜ ଫ୍ୟାନ୍ସମାନଙ୍କୁ ଆଉ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ଦୀପିକା (Deepika Padukone)। କାହିଁକିନା ଆଗକୁ ଆସୁଛି ଦୀପିକାଙ୍କ ଏକ ବଡ଼ ବଜେଟ୍ ଫିଲ୍ମ। ଏହି ଫିଲ୍ମ ‘ଜଓ୍ବାନ୍’ କୁ ପଛରେ ପକାଇବ।

Deepika Padukone: 'ଜଓ୍ବାନ୍' କୁ ପଛରେ ପକାଇବ ଦୀପିକାଙ୍କ ଏହି ବିଗ୍ ବଜେଟ୍ ଫିଲ୍ମ , ଜାଣନ୍ତୁ ନାଁ ସହ ରିଲିଜ ଡେଟ୍

Deepika Padukone Sigham Again: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ (Deepika Padukone)। ନିକଟରେ ଅଭିନେତ୍ରୀଙ୍କ ଫିଲ୍ମ ‘ଜଓ୍ବାନ୍’ (Jawan) ରିଲିଜ୍ ହୋଇଥିଲା। ଯାହାକୁ ନେଇ ଅଭିନେତ୍ରୀ ଲାଇମ ଲାଇଟରେ ଥିଲେ। ତେବେ, ଏହାରି ଭିତରେ ନିଜ ଫ୍ୟାନ୍ସମାନଙ୍କୁ ଆଉ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ଦୀପିକା (Deepika Padukone)। କାହିଁକିନା ଆଗକୁ ଆସୁଛି ଦୀପିକାଙ୍କ ଏକ ବଡ଼ ବଜେଟ୍ ଫିଲ୍ମ। ଏହି ଫିଲ୍ମ ‘ଜଓ୍ବାନ୍’ କୁ ପଛରେ ପକାଇବ। ତେବେ, ଏହି ଫିଲ୍ମରେ ଦୀପିକା ଲିଡ୍ ରୋଲରେ ନଜର ଆସିବେ।

https://www.instagram.com/reel/CyaFQpCKBuq/?utm_source=ig_web_copy_link

ଆଉ ଏହି ଫିଲ୍ମଟିର ନାଁ ହେଉଛି (Singham Again) ‘ସିଙ୍ଗମ୍ ଏଗେନ୍’। ଏହି ଫିଲ୍ମରେ ଦୀପିକାଙ୍କୁ ଜଣେ ପୋଲିସ୍ ଇନ୍ସପେକ୍ଟର ଭାବେ ଦେଖିବାକୁ ମିଳିବ। ଏବଂ ଏହି ଫିଲ୍ମରେ ତାଙ୍କ ଚରିତ୍ରର ନାଁ ଶକ୍ତି ସେଟ୍ଟୀ । ଦୀପିକାଙ୍କ ଏହି ଦବଙ୍ଗ ଲୁକ୍ ବେଶ ଦମଦାର ରହିଛି। ଏବଂ ଏହି ଫିଲ୍ମ ପାଇଁ ଦୀପିକା ଅଧିକ ଟଙ୍କା ଚାର୍ଜ କରିଥିବା ମଧ୍ୟ ଜଣାପଡିଛି। ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ରୋହିତ ସେଟ୍ଟୀ। ତେବେ, ଆଜି ଏହି ଫିଲ୍ମଟିର ମୋସନ ପୋଷ୍ଟର ରିଲିଜ୍ ହୋଇଛି । ମୋସନ୍ ପୋଷ୍ଟରରେ ଦୀପିକାଙ୍କ ଲୁକ୍ ଦମଦାର ରହିଛି।

ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ଦୀପିକାଙ୍କ ଏହି ମୋସନ୍ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରେ ଦେଖିବାକୁ ମିଳିଛି ଯେ, ଦୀପିକା ଖାକି ପୋଷାକରେ ଅଛନ୍ତି । ବାମ ହାତରେ ଗୁଣ୍ତାର ମୁଣ୍ତକୁ ଧରିଥିବା ବେଳେ ଡାହାଣ ହାତରେ ଏକ ବନ୍ଧୁତ ଧରିଛନ୍ତି । ତେବେ, ଦୀପିକାଙ୍କ ଏହି ଲୁକକୁ ଫ୍ୟାନ୍ସମାନେ କାଫି ପସନ୍ଦ ଆସିଛି। ମୋସନ ପୋଷ୍ଟର ସେୟାର କରିବା ବେଳେ ରୋହିତ ଶେଟ୍ଟୀ ଲେଖିଛନ୍ତି, “ମହିଳା ହେଉଛନ୍ତି ସୀତାଙ୍କ ପ୍ରତିରୂପ ଏବଂ ଦୁର୍ଗା…ଆମ ସମାଜରେ ଅତି ନିର୍ଦ୍ଦୟ ଲୋକ ଅଛନ୍ତି ସେମାନଙ୍କୁ ମା ଦୁର୍ଗା ହିଁ ସଂହାର କରିବେ…ଶକ୍ତି ଶେଟ୍ଟୀ… ମୋ ଲେଡି ସିଙ୍ଗହମ୍… ଦୀପିକା ପାଦୁକୋନ୍।” ତେବେ, ଏହି ଫିଲ୍ମରେ ଅଜୟ ଦେବଗନ୍ ପୁଣି ଥରେ ‘ସିଙ୍ଗହମ୍’ରେ ବାଜିରାଓ ସିଙ୍ଗମ୍ ଭୂମିକାରେ ନଜର ଆସିବେ। ତେବେ, ଏହି ଫିଲ୍ମରେ ଦୀପିକାଙ୍କ ବ୍ୟତିତ ଅଜୟ ଦେବଗନ୍, ଅକ୍ଷୟ କୁମାର, ରଣବୀର ସିଂ, ଟାଇଗର ସ୍ରଫ୍,ଜ୍ୟୋକି ସ୍ରଫ୍, ଅର୍ଜୁନ୍ କପୁର,ଶ୍ବେତା ତିଓ୍ବାରୀ ଓ କରୀନା କପୁର ନଜର ଆସିବେ। ତେବେ, ଏହି ଫିଲ୍ମଟି ଆସନ୍ତାବର୍ଷ ଅଗଷ୍ଟ ୧୫ରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି।